Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା। ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇ ସିଧାସଳଖ ଉଡିଲା ବିମାନ। ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ ।

ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟାରେ ଝାରସୁଗୁଡା ପହଁଚିଛି।ଝାରସୁଗୁଡ଼ାରୁ ପୁଣି ଅପରାହ୍ନ ୨ଟାରୁ ବାହାରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିଥିଲା ବିମାନ । ପ୍ରଥମ ଦିନରେ ୧୮୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିବା ବେଳେ ଝାରସୁଗୁଡା ୯୦ ଜଣ ଯାତ୍ରୀ ମୁମ୍ବାଇ ଯାଇଥିଲେ ଏବଂ ୯୦ ଜଣ ଯାତ୍ରୀ ମୁମ୍ବାଇରୁ ଝାରସୁଗୁଡାକୁ ଆସିଥିଲେ ।

ତେବେ ସପ୍ତାହକ ୭ଦିନ ବିମାନ ଚଳାଚଳ କରିବ । ପ୍ରତିଦିନ ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *