Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶ୍ରୀଲିଙ୍ଗରାଜଙ୍କ ଯାନିଯାତ୍ରା ଓ ପରମ୍ପରା ରକ୍ଷା କ୍ଷେତ୍ରରେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି । ଫଳରେ ଆବହମାନ କାଳରୁ ବିଧିମତେ ଚାଲିଆସିଥିବା ଶ୍ରୀଜିଉଙ୍କ ୩ ପ୍ରମୁଖ ପରମ୍ପରା ବନ୍ଦ ହୋଇଯାଇଛି । ଲଗାତର ୧୧ ବର୍ଷ ହେବ ପାଳନ ହେଉନି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ।

ଶନିବାର ମଧ୍ୟ ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ବଲ୍ଲଭ ନୀତି ପରଠୁ ଅର୍ଥାତ୍ ମଧ୍ୟାହ୍ନ ଠାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଛି । ଏହି ବିଭ୍ରାଟ କେବଳ ପ୍ରଶାସନର ଅନାଗ୍ରହ କାରଣରୁ ଘଟୁଛି ବୋଲି ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତ ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅବହେଳା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଛି l ଶ୍ରୀଲିଙ୍ଗରାଜ ଓ ଶ୍ରୀକପିଳେଶ୍ୱରଙ୍କ ସେବାୟତଙ୍କ ଅଭିଯୋଗ ଅନୁସାରେ, ମହାଶିବରାତ୍ରି ପରେ ପଡ଼ୁଥିବା ଶନିବାରରେ ଶ୍ରୀକପିଳେଶ୍ୱରଙ୍କ ମନ୍ଦିରକୁ ଯାଇଥାନ୍ତି ପ୍ରଭୁ ଲିଙ୍ଗରାଜ । ଏହାକୁ ହାଣ୍ଡଭିଙ୍ଗା ଯାତ୍ରା କୁହାଯାଏ । ଯାହା ଗତ ୨୦୧୫ ପରଠାରୁ ୧୧ ବର୍ଷ ହେଲା ବନ୍ଦ ରହିଛି । ସମସ୍ତ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନର ସହଯୋଗ ନେଇ ଏହି ନୀତିକୁ ସ୍ୱାଭାବିକ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

କିନ୍ତୁ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଦିଗରେ ଏଯାଏ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇନାହିଁ । ଫଳରେ ଦୁଇ ଠାକୁରଙ୍କ ମଧ୍ୟରେ ବିଗତ ୧୧ ବର୍ଷ ହେଲା ଯା ଆସ ବନ୍ଦ ରହିବା ସହିତ ୩ ପ୍ରମୁଖ ପରମ୍ପରା (ହାଣ୍ଡିଭଙ୍ଗା ଯାତ, ଚନ୍ଦନ ଓ ଶୀତଳ ଷଷ୍ଠୀ)ରେ ବିଘ୍ନ ଘଟୁଛି । ତେଣୁ ଏବେକାର ସରକାର ପରମ୍ପରା ରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେବାୟତ,ଶ୍ରଦ୍ଧାଳୁ ଓ ସାମାଜିକ କର୍ମୀ ମାନେ ମିଳିତ ସ୍ୱର ଉଠାଇଛନ୍ତି ।

Leave a Reply

Your email address will not be published. Required fields are marked *