Sat. Feb 21st, 2026

ନ୍ୟୁଜ ଡେକ୍ସ: ସପ୍ତାହେ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ମରାମତି କାମ । ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରହିବ ମରାମତି କାମ ।

ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ ହେବ।

ଏହାକୁ ଦୃଷ୍ଟିରେ ରଖି ଛତିଶା ନିଯୋଗର ପରାମର୍ଶକ୍ରମେ ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଆସନ୍ତା ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ରତ୍ନଭଣ୍ଡାର ସଂରକ୍ଷଣ ତଥା ମରାମତି କାର୍ଯ୍ୟ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *