Mon. Dec 23rd, 2024

ନ୍ୟୁଜ ଡେସ୍କ: କଲରା ଯାହାର ସ୍ୱାଦ ପାଇଁ ଅନେକ୍ ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି ଖାସ କରି ଛୋଟ ପିଲା । କଲରାର ସ୍ୱାଦ ସ୍ୱାଦିଷ୍ଟ ହୋଇନଥାଇ ପାରେ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । କଲରାରେ ଅନେକ୍ ଔଷଧିୟ ଗୁଣ ଭରପୁର ରହିଛି । କଲରାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବା ସହିତ କଲରା ଜୁସ୍ ମଧ୍ୟ ସେବନ କରିପାରିବେ ।

ମଧୁମେହ ପାଇଁ କଲରା -ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ କଲରା ଖାଇବା ନିହାତି ଆବଶ୍ୟକ l NCBI ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ କଲରା ଆଣ୍ଟିଡ଼ାଈବିଟିକ ଗୁଣରେ ଭରପୁର ଅଟେ l ଏକ ଅଧୟନରୁ ଜଣାପଡିଛି ଯେ କଲରା ହାଇପୋଗ୍ଲିସେମିକ ପ୍ରଭାବ ରକ୍ତରେ ପ୍ରଦର୍ଶିତ କରିଥାଏ l ମଧୁମେହ ରୋଗ ପାଇଁ ଘରୋଇ ଉପାୟରେ କଲରା ଜୁସ ନିୟମିତ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ l

ଓଜନ କମାଇବାରେ ସାହାଯ୍ୟ କରେ -ଓଜନ କମାଇବା ପାଇଁ ମଧ୍ୟ କଲରାର ବ୍ୟବହାର କରାଯାଇ ପାରିବ l ଏକ ଅଧୟନରୁ ଜଣାପଡିଛି ଯେ କଲରାରେ ଆଣ୍ଟିଓ଼ବେସିଟି ଗୁଣ ଭରପୁର ମାତ୍ରାରେ ରହିଛି ,ତେଣୁ ଅତିରିକ୍ତ ଚର୍ବିକୁ କମ କରିବାରେ କଲରା ସହାୟକ ହୋଇଥାଏ l ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ମାନେ ତାଙ୍କ ଖାଦ୍ୟରେ ପ୍ରତେକ ଦିନ କଲରାକୁ ସାମିଲ କରିବା ଆବଶ୍ୟକ l

ଚର୍ମକୁ ସୁସ୍ଥରଖେ କଲରା -କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ କଲରା ଚର୍ମ ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ l NCBI ର ପ୍ରକାଶିତ ଏକ ଅଧୟନ ଅନୁସାରେ ଠେକୁଆ ମାନଙ୍କ ଉପରେ ଏକ ଗବେଷଣାରୁ ଜଣାପଡିଛି ଯେ କଲରାରେ ଏକ ପ୍ରକାରର ଅର୍କ ଥାଏ ,ଯାହା ଘାକୁ ଶୁଖାଇବା ସହିତ ବିଭିନ୍ନ ପ୍ରକାର ଚର୍ମ ସଂକ୍ରମଣକୁ ଠିକ କରିଥାଏ l ତେଣୁ କଲରା ରସକୁ ଚର୍ମ ସଂକ୍ରମଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ l

ଆଖିକୁ ସୁସ୍ଥ ରଖେ କଲରା -କଲରା ଆଖିକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ l କାରଣ କର୍ଣ୍ଣାଟକର ମୁଦିଗରେ କଲେଜ ଅଫ ହଟିକଲଚରର ଏକ ରିସର୍ଚ ସାମ୍ନାକୁ ଆସିଛି l ଏଥିରେ କୁହାଯାଇଛି ଯେ କଲରାରେ ଥିବା ବିଟା କେରୋଟିନ ଆଖିର ରୋଗକୁ ଠିକ କରିବାରେ ସାହାଯ୍ୟ କରିଥାଏ ,ଏଥି ସହିତ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଇଥାଏ l

Leave a Reply

Your email address will not be published. Required fields are marked *