ନ୍ୟୁଜ ଡେକ୍ସ:ଟିମ ଇଣ୍ଡିଆର ଖେଳାଳି ୟୁଜଭେନ୍ଦ୍ର ଚହଲ । ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ମାମଲାରେ ଏକ ବଡ଼ ଅପଡେଟ ଆସିଛି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରକୁ ନେଇ ବହୁତ ଦିନ ଧରି ଆଲୋଚନା ହେଉଥିଲା। ଏବେ ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରର ନିଷ୍ପତ୍ତି ମାର୍ଚ୍ଚ ୨୦ ଅର୍ଥାତ୍ ଗୁରୁବାର ଆସିପାରେ।
ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ୨୨ରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତାକାଲିଠୁ ଭାରତୀୟ ସ୍ପିନର ୟୁଭି ମ୍ୟାଚରେ ବ୍ୟସ୍ତ ରହିବ। ଫଳରେ ଆଜି ଭିତରେ ହିଁ ଏହି ମାମଲାର ସମାଧାନ ନେଇ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।ମାତ୍ର ୫୧ ମାସର ବୈବାହିକ ଜୀବନ ପରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି ଚହଲ ଧନଶ୍ରୀ । ଆଜି ଆନୁଷ୍ଠାନିକ ଭାବେ ସେମାନଙ୍କର ଛାଡପତ୍ର ହୋଇସାରିଛି ।
କିନ୍ତୁ ପୂର୍ବରୁ ହିଁ ପରସ୍ପର ଠାରୁ ଅଲଗା ରହୁଥିଲେ ଚହଲ ଏବଂ ଧନଶ୍ରୀ । କିଛି ଦିନ ପରସ୍ପରକୁ ଡେଟ୍ କରିବା ପରେ ୨୦୨୦ ଡିସେମ୍ବର ୨୨ରେ ବିବାହ କରିଥିଲେ, ଧନଶ୍ରୀ ଏବଂ ଚହଲ । କିନ୍ତୁ ୨୦୨୨ ବେଳକୁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।
