Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜିଠୁ ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ରେ ଖୋଲିଲା ସ୍କୁଲ । ସାଢ଼େ ୧୦ଟାରେ ଚାଲିବ ପାଠପଢ଼ା । ୪ ଘଣ୍ଟା ଧରି ପିଲାମାନେ ସ୍କୁଲରେ ପାଠ ପଢ଼ିବେ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଗୁରୁବାର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

ଏଥିସହ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଛନ୍ତି । ୪ ଘଣ୍ଟା ଧରି ପିଲାମାନେ ସ୍କୁଲରେ ପାଠ ପଢ଼ିବେ। ଗୁରୁବାର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏଥିସହ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଛନ୍ତି। ତୁରନ୍ତ ଏହି ନିର୍ଦ୍ଦେଶକୁ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଖରା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଭାଗ ପକ୍ଷରୁ କିଛି ନିୟମାବଳୀ ମଧ୍ୟ ଜାରି କରାଯାଇଛି। ଯେପରିକି, ସବୁ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ହେବ।

ସ୍କୁଲ ପରିସରରେ ଥିବା ପାଇପ୍‌ରେ ପାଣି ଆସୁଥିବ। ସେହିପରି ସ୍କୁଲରେ ଓଆରଏସ୍‌ ପ୍ୟାକେଟ୍‌ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଏହା ମିଳିବା ଦରକାର। ଖରା ସମୟରେ ସ୍କୁଲ ବାହାରେ କୌଣସି ଖେଳକୁଦ କିମ୍ବା ଅନ୍ୟାନ୍ୟ କାମ କରିବାକୁ ମନା କରାଯାଇଛି। ଛାତ୍ରଛାତ୍ରୀମାନେ ସାଙ୍ଗରେ ପାଣି ବୋତଲ ନେଇ ଯିବେ, ଏହା ସେମାନଙ୍କ ଅଭିଭାବକଙ୍କ ଦାୟିତ୍ୱ ରହିବ।

Leave a Reply

Your email address will not be published. Required fields are marked *