Sat. Feb 21st, 2026

ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ରକ୍ତ ଛିଟା ପଡ଼ିବାରୁ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡ଼ିଯିବାରୁ ପଡ଼ିଥିଲା ରକ୍ତ ଛିଟା । ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ ।

ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ସୂଚନା ଅନୁଯାହ, ଶ୍ରୀମନ୍ଦିରରେ ସକାଳେ ଅବକାଶ ନୀତି ସରି ବେଶ ହେଉଥିବା ସମୟରେ ଭିତରକାଠ ନିକଟରେ ପଡିଯାଇଥିଲେ ପାଣିଆପଟ ସେବକ ।ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ପରମ୍ପରା ମୁତାବକ ଭିତରକାଠ ନିକଟରେ ରକ୍ତର ଛିଟା ପଡିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ।

ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାସ୍ନାନ ନୀତି ଚାଲିଛି। ମହାସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଅନ୍ୟାନ ନୀତି ଆଗକୁ ବଢିବ। ସେପଟେ ଆହତ ହୋଇଥିବା ପାଣିଆପଟ ସେବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସ କରାଯାଉଛି।

Leave a Reply

Your email address will not be published. Required fields are marked *