ନ୍ୟୁଜ ଡେକ୍ସ: ମାନବିକତା ଭୁଲିଗଲେ । ସବୁ ସୀମା ଡେଇଁ ଭିଆଇଲେ ଅଭାବନୀୟ କାଣ୍ଡ । ଗୋଟିଏ କୁକୁରକୁ ଆଠ ଜଣ ଦୁର୍ବୃତ୍ତ ଜଣକ ପରେ ଜଣେ ଆକ୍ରମଣ କରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ସହରରୁ ଆସିଛି ଏପରି ଅମାନବୀୟ ଘଟଣା ।
ଖବର ଅନୁଯାୟୀ, ବ୍ରହ୍ମପୁର ରତ୍ନ ସାହିର ଜନୈକ ବ୍ୟକ୍ତିକ ଘର ବାହାରେ ପଡିଛି ରକ୍ତ ଛିଟା । ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା କିଛି ବୁଲା କୁକୁର ସେମାନଙ୍କୁ ଦେଖି ଜୋରରେ ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନେ ରାଗକୁ କାବୁ କରିପାରିନଥିଲେ । ଉତ୍ୟକ୍ତ ହୋଇ ଗାଡ଼ିରୁ ଓହ୍ଲାଇ ଆସି ଦୁଇ ଜଣ ଯୁବକ ଏକ ଖଣ୍ଡାରେ କୁକୁରକୁ ହାଣି ଚାଲିଲେ ।
ଜୀବନ ବିକଳରେ କୁକୁରମାନେ ଦୌଡ଼ିବାକୁ ଲାଗିଥିଲା। ତଥାପି ଦୁର୍ବୃତ୍ତଙ୍କ ରାଗ ଶାନ୍ତ ହୋଇନଥିଲା । ଗୋଡ଼ାଇ ଗୋଡ଼ାଇ ଅନ୍ୟ କୁକୁର ମାନଙ୍କୁ ମଧ୍ୟ ହାଣିଥିଲେ । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି। କିଛି କୁକୁରଙ୍କ ମୃତ୍ୟୁ ହୋଇଥିବା ବେଳେ କେତେ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
