Thu. Oct 23rd, 2025
Screenshot

ନ୍ୟୁଜ ଡେକ୍ସ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି।

ନୟାଗଡ଼ରେ ପହଞ୍ଚିବା ପରେ କାଳିଆପଲ୍ଲୀରେ ଆୟୋଜିତ ବିଶ୍ୱାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗ ଦେବେ । ଏହାପରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ନୟାଗଡ଼ରେ ଥିବା ସମସ୍ତ କାର୍ଯ୍ୟକ୍ରମର ଶେଷ ପରେ ସଂଧ୍ୟା ୬ଟାରେ ଭୁବନେଶ୍ୱର ଅଭିମୁଖେ ଆସିବେ ରାଷ୍ଟ୍ରପତି । ରାଜଭବନରେ ରାତ୍ରୀଯାପନ କରି ମଙ୍ଗଳବାର ସକାଳ ୯ଟା ସମୟରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ଦୌଦପୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ଭୁବନେଶ୍ୱର ବିମାନବନ୍ଦର ଏବଂ ନୟାଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି । କମିଶନରେଟ୍ ପୋଲିସ ଏବଂ ନୟାଗଡ଼ ପୋଲିସ ପକ୍ଷରୁ ବ୍ଲକିଂ-ଚେକିଂକୁ ଜୋରଦାର କରାଯାଇଛି ।

Screenshot

Leave a Reply

Your email address will not be published. Required fields are marked *