ନ୍ୟୁଜ ଡେକ୍ସ: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ନବମ ଏବଂ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭୦.୭୧ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ।
ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ। ଏହା ସହିତ ଏହି ୨ଟି ଶ୍ରେଣୀର ପିଲାଙ୍କୁ ସପ୍ତାହକୁ ୩ଟି ଲଡୁ ଓ ଏକ ଅତିରିକ୍ତ ଅଣ୍ଡା ମଧ୍ୟ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ପୋଷଣ ଯୋଜନାରେ ଏହି ଖର୍ଚ୍ଚ କରାଯିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ କରିବେ।
ମୁଖ୍ୟମନ୍ତ୍ରୀଙ୍କ ପୋଷଣ ଯୋଜନାରେ ବଜେଟରୁ ଏହି ଟଙ୍କା ଖର୍ଚ୍ଚ ହେବ। ୨୦୨୫-୨୬ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ ବୋଲି ଯବିବାକୁ ମିଳିଛି। ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଦିଆଯିବ ଅଣ୍ଡା। ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଦିଆଯିବ ଲଡୁ ଏବଂ ଅଣ୍ଡା ।
