ନ୍ୟୁଜ ଡେକ୍ସ: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ଅଭିଯୋଗ ।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀର ୩୯ଟି ପଦବୀରେ ନିଯୁକ୍ତି ନେଇ ଗତ ବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ପଦବୀ ପାଇଁ ମାର୍ଚ୍ଚ ୨୯ ଓ ୩୦ ପରୀକ୍ଷା ଅନୁଷ୍ଠିତ ହୋଇଛି। ଗତକାଲି ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପ୍ରଥମ ସିଫ୍ଟରେ ଜେନେରାଲ ଆୱାରନେସ୍ ଓ ଦ୍ବିତୀୟ ସିଫ୍ଟରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଷୟର ପରୀକ୍ଷା ହୋଇଥିଲା।
ଏହାର ଆଜି ଶେଷ ସିଫ୍ଟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ସିଫ୍ଟ ରହିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ ପରୀକ୍ଷାର୍ଥୀ । ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା । ଯାହାକି ପୂର୍ଣ୍ଣ ସଂଖ୍ୟା ଠାରୁ ୬ ନଂ କମ୍ ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ।ତେବେ ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
