Fri. Oct 24th, 2025

ନ୍ୟୁଜ ଡେକ୍ସ: ସିବିଆଇ ରେଡ୍ ମାମଲାରେ ବଢିଲା ଆଇ ଏ ଏସ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷା । ଏହା ସହ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ମଧ୍ୟ ବୃଦ୍ଧି ହୋଇଛି । ଆସନ୍ତା ମେ ୬ ଯାଏଁ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି ହାଇକୋର୍ଟ । ଏହି ଅବଧି ମଧ୍ୟରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ମଧ୍ୟ ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା ।

ହେଲେ ଏହି ମାମଲାରେ ମୁହଁଖୋଲିଥିଲେ ବିଷ୍ଣୁପଦ । ଗଣମାଧ୍ୟମ ଆଗରେ ସବୁ ଅଭିଯୋଗକୁ ଖଣ୍ଡନ କରି ସେ କହିଥିଲେ ଯେ, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ କିରିଆସୁଛି । କେବେ କୌଣସି କାମରେ ଖିଲାପ କରିନାହିଁ କିମ୍ବା କାହାକୁ ଠକି ନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ମୋତେ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଛି ।

Leave a Reply

Your email address will not be published. Required fields are marked *