Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ୧୮୭.୨ କିଲୋମିଟର ତୁଳନାରେ ୫୦% ବୃଦ୍ଧି ଘଟାଇ ଅଛି ।

ଏହି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ନିରନ୍ତର ପ୍ରୟାସ ଏବଂ ସମର୍ପଣର ଫଳାଫଳ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏହି ସଫଳତାରେ ସାମିଲ ଥିବା ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ନିୟମିତ ସମନ୍ୱୟ ରଖି ପ୍ରକଳ୍ପ ସମୟସୀମାକୁ ତ୍ୱରାନ୍ୱିତ କରିବା ଏବଂ ଭିତ୍ତିଭୂମି ବିକାଶର ଗୁଣବତ୍ତା ବୃଦ୍ଧି କରିବାରେ ପୂର୍ବତଟ ରେଳପଥର ନିର୍ମାଣ ଦଳ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛନ୍ତି ।ଏହି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ପୂର୍ବତଟ ରେଳପଥ ଅଞ୍ଚଳର ରେଳ ନେଟୱାର୍କକୁ ବୃଦ୍ଧି କରିବା, ସୁଗମ ଗମନାଗମନ କାର୍ଯ୍ୟ ସୁନିଶ୍ଚିତ କରିବା ଏବଂ ପଣ୍ୟ ପରିବହନ ଏବଂ ଯାତ୍ରୀ ସେବା ଉଭୟ ପାଇଁ ପରିବହନ ଦକ୍ଷତା ଉନ୍ନତ କରିବା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଅଛି ।

ଏହା ବ୍ୟତୀତ, ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନର ସମଲ-ପରବିଲ (୬.୫୩ କିଲୋମିଟର); କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର ଡ଼ର୍ଲିପୁଟ-ପଡୁଆ (୯.୭୭ କିଲୋମିଟର), କରାକାଭାଲାସା-ସିମିଲିଗୁଡା (୯ କିମି) ଏବଂ ସୁକୁ-କୋରାପୁଟ (୧.୨୮ କିମି); ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ହିନ୍ଦୋଳ ରୋଡ଼-ମେରାମଣ୍ଡଳୀ ମଧ୍ୟରେ (୨୭.୨୮ କିମି), କୋରାପୁଟ-ସିଙ୍ଗାପୁର ରୋଡ଼ ଦୋହରୀକରଣ ପ୍ରକଳ୍ପର ବାଇଗୁଡ଼ା-କାକିରିଗୁମା ମଧ୍ୟରେ (୧୨.୩୯ କିମି); ଜରପଡା-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ତାଳଚେର-ତାଳଚେର ରୋଡ଼ (୬.୫୦ କିମି); କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ମାନବର-ଜରାତି (୯.୩୪ କିମି) ଏବଂ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ବୈତରଣୀ ରୋଡ଼-ଯାଜପୁର କେନ୍ଦୁଝର ରୋଡ଼ (୧୧.୬୦ କିମି) ରେଳ ମାର୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *