Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗ୍ରୀଷ୍ମ ତାତି ଭିତରେ ବର୍ଷା ଆଣିଦେଲା ଆଶ୍ଵସ୍ତି। ଏପ୍ରିଲ ମାସରେ ହେବ ସ୍ୱାଭାବିକଠାରୁ ଅଧିକ ବର୍ଷା। ମେ ଓ ଜୁନ୍ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ଜୁନ୍ ମାସରେ ଠିକ୍ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ଆଜି ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ। ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଦକ୍ଷିଣ ପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଆସନ୍ତା ୨୪ ଘଣ୍ଟାରେ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଗତକାଲି ସୁନ୍ଦରଗଡ ଜିଲ୍ଲା ଟେନସା ଅଂଚଳରେ କୁଆପଥର ମାଡ଼ ସହ ପ୍ରାୟ ଏକ ଘଣ୍ଟା ବର୍ଷା ହୋଇଛି । ଏଥିପାଇଁ ଗରମରୁ କିଛି ମାତ୍ରାରେ ତ୍ରାହି ମିଳିଛି । ଏପଟେ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ରିକର୍ଭ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *