ନ୍ୟୁଜ ଡେକ୍ସ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଂଖିରା ଗ୍ରାମର ଅଙ୍ଗନୱାଡ଼ିକେନ୍ଦ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ଆଶା ଆଶଙ୍କାରେ ରହିଛନ୍ତି ଏହି ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁମାନେ କୀଟନାଶକ ଦାନାଦାର ଖାଇ ଦେଇଥିବା ଆଶଙ୍କା କରାଯାଇଛି ।
ଫଳରେ କେନ୍ଦ୍ରର ସମସ୍ତ ୬ଜଣ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ମିଳିଥିବା ସୂଚନା ଅନୁସାରେ, ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମଚାରୀ ମୂଷା ମାରିବା ପାଇଁ ଔଷଧ ରଖିଥିଲେ । ପିଲାମାନେ ତାହାକୁ ଚକୋଲେଟ ଭାବି ଖାଇଦେଇଥିଲେ । କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ ।
ସେମାନେ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ।ବର୍ତ୍ତମାନ ସମସ୍ତ ଶିଶୁଙ୍କ ଚିକିତ୍ସା ଜାରି ରହିଛି । ଏଭଳି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
