Fri. Oct 24th, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଊର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।

କଟକ ବାଲିଯାତ୍ରା ପଡ଼ିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।ସୂଚନାଯୋଗ୍ୟ, ଜାନୁଆରୀ ୧୩ରେ ଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା ।

ଏହି ଯୋଜନାରେ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବ୍ୟବସ୍ଥା ରହିଛି । ଏଥିରେ ରାଜ୍ୟର ଏକ କୋଟିରୁ ଅଧିକ ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଉପକୃତ ହେବେ । ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *