ନ୍ୟୁଜ ଡେକ୍ସ: ପିପିଲିରେ ଚାଲିଥିଲା ନକଲି ନୋଟ୍ କାରବାର । ଯାହା ସଂପର୍କରେ ଖବର ପାଇ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ । ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡ଼ା ଗାଁରେ ୩ ଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।
ସୂଚନା ମୁତାବକ, ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ। ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ ଘଟିଛି ଏଭଳି ଘଟଣା । ଡେଲାଙ୍ଗ ପୋଲିସ ଗାଁରେ ପହଞ୍ଚି ଡକାୟତଙ୍କୁ କାବୁ କରିଛନ୍ତି। ଏହାସହ ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ ଓ ଟଙ୍କା ଛପା ପେପର ଏବଂ ଗାଡି ଜବତ କରିଛି ପୋଲିସ।ସୂଚନାନୁସାରେ, ରାତିରେ ସାଧପଡ଼ା ଗାଁକୁ ୩ ଜଣ ବ୍ୟକ୍ତି ଆସି ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ।
ଏହା ବଦଳରେ କିଛି ଘଣ୍ଟାର ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ। ଯେଉଁଥିପାଇଁ ଲୋକଙ୍କ ସନ୍ଦେହ ହୋଇଥିଲା। ଫଳରେ ଉକ୍ତ ବ୍ୟକ୍ତିଙ୍କୁ ଘେରିଥିଲେ ଗାଁ ଲୋକେ। ପରେ ପୋଲିସକୁ ଖବର ଦେବା ଦେଲେ। ଅଭିଯୁକ୍ତଙ୍କଠାରୁ ଟଙ୍କା ଛପା ପେପର ଓ ମେସିନ ଜବତ କରାଯାଇଛି।
