ନ୍ୟୁଜ ଡେକ୍ସ: ଘରୋଇ ହିଂସା ଅଭିଯୋଗ ମାମଲାରୁ ମୁକ୍ତ ହେଲେ ସିନେ ଷ୍ଟାର ଅନୁଭବ ମହାନ୍ତି। ବର୍ଷା ପ୍ରିୟଦର୍ଶନୀଙ୍କୁ ଭରଣ ପୋଷଣ ଦେବେ ନି ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କଟକ ଜେଏମଏଫସି କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି ।
ଘରୋଇ ହିଂସା ବାବଦୀୟ ଅଭିଯୋଗର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଥିବାବେଳେ, ଅନୁଭବ ମଧ୍ୟ ଦ୍ବିତୀୟ ବିବାହ କରିସାରିଛନ୍ତି । ହେଲେ ୨୦୨୦ ମସିହାରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଏକ ମାମଲା କଟକ ଜେଏମଏଫ୍ସି କୋର୍ଟରେ ରୁଜୁ କରାଇଥିଲେ ।
ଏଥିରେ ସେ ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ ।ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି । ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି । ତେଣୁ ବର୍ଷାଙ୍କୁ ଭରଣପୋଷଣ ପାଇଁ ଅନୁଭବ କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି ।
