Thu. Apr 16th, 2026

ନ୍ୟୁଜ ଡେକ୍ସ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ସହରଠୁ ପଲ୍ଲୀ। ସବୁଠି ଉତ୍ସବ ମୁଖର। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଓୟୁଏଟି ଫାର୍ମରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହବନ ଚରଣ ମାଝୀ।

ଆଜି ରାଜ୍ୟସ୍ତରୀୟ ପାଳିତ ହେଉଛି କୃଷକ ସମାରୋହ। ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ସେ କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ସ୍ୱତନ୍ତ୍ର।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜିର ଅକ୍ଷିମୁଠି ଅନୁକୂଳ ଶୁଭ ହେଉ। ଚଳିତ ବର୍ଷ ଭଲ ଫସଲ ଅମଳରେ ଚାଷୀ ଭାଇ, ଭଉଣୀଙ୍କ ଅମାର ପରିପୂର୍ଣ୍ଣ ହେଉ। ଏହି ପବିତ୍ର ଅବସରରେ ରାଜ୍ୟର ସମୃଦ୍ଧି ସହ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି।

Leave a Reply

Your email address will not be published. Required fields are marked *