Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି ଘଟଣାର ପୋଲିସ ବିଭାଗ ଯାହା କରିବା କଥା କରିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନେଇ ବିଚାର କରିବେ ସରକାର । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଘଟଣାରେ ତଦନ୍ତ ଆରମ୍ଭ ହୋଇସାରିଛି । ପୋଲିସ ଯାହା କରିବା କଥା କରୁଛି । ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରିତିକ୍ରିୟା ରଖି କହିଛନ୍ତି ଯେ, କିଟ୍ ରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ ବିଷୟ ପାଲଟିଛି । ସରକାର ଅନୁଧ୍ୟାନ କରୁଛନ୍ତି । ଘଟଣା ଉପରେ ନଜର ରଖିଛନ୍ତି ସରକାର । ଯୁବପୀଢ଼ି ଆତ୍ମହତ୍ୟା ଆଡ଼କୁ ମୁହାଁଉଛନ୍ତି । କାହିଁକି କିଟରେ ଏମିତି ବାରମ୍ବାର ଘଟୁଛି । ଛାତ୍ରଛାତ୍ରୀଙ୍କ ଉପରେ କୌଣସି ପ୍ରକାରର ଚାପ ରହିଛି କି ସେନେଇ ତଦନ୍ତ କରାଯାଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ତଥ୍ୟ ମୁତାବକ ଗତ ଫେବ୍ରୁଆରୀ ମାସରେ ସେହି ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ତଦନ୍ତର ଜଣାପଡିଥିଲା ଛାତ୍ରୀ ଜଣକ ଜଣେ ସହପାଠୀଙ୍କ ଦ୍ବାରା ଉତ୍ପୀଡନର ଶିକାର ହୋଇଥିଲେ । ଛାତ୍ରୀ ଜଣକ ପୂର୍ବରୁ ଏ ସଂପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଗୁରୁତର ଅବହେଳା କହିଥିଲେ ।

Leave a Reply

Your email address will not be published. Required fields are marked *