ନ୍ୟୁଜ ଡେକ୍ସ: ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ଧାରଣ କରିଛି। ଯୁଦ୍ଧ ଘୋଷଣା ହୋଇ ନ ଥିଲେ ହେଁ ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରିଛି ଜିଲ୍ଲା ପ୍ରଶାସନ।
ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ସାରା ରାତି ପୋଲିସ ପକ୍ଷରୁ ଜୋରଦାର ଚେକିଂ ଏବଂ ବ୍ଲକିଂ କରାଯାଇଛି। ସହରର ବିଭିନ୍ନ ହୋଟେଲରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି।ସେପଟେ ଗତ କାଲି ଠାରୁ ପାକିସ୍ତାନ ଲଗାତାର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି।
ଯାହାର ଭାରତ କଡ଼ା ଜବାବ ଦେଉଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଯୁଦ୍ଧ ସାଇରନ ବଜାଇ ସହ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରୁଛି।
