Sat. Feb 21st, 2026

ନ୍ୟୁଜ ଡେସ୍କ: ଦକ୍ଷିଣ ତାରକା ନାଗା ଚୈତନ୍ୟ। ନିର୍ବନ୍ଧ ପରେ ଅଭିନେତ୍ରୀ ଶୋଭିତା ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ସମୟ ଧରି ଡେଟିଂ ଖବର ପାଇବା ପରେ ଦୁହେଁ ବ୍ୟକ୍ତିଗତ ସମାରୋହରେ ନିର୍ଵନ୍ଧ କରିଥିଲେ। ଏହି କପଲଙ୍କ ଫଟୋ ଭାଇରାଲ ହୋଇଥିଲା। ଏବେ ଶୋଭିତା ନାଗାଙ୍କ ସହ ତାଙ୍କର ବିବାହ ବିଷୟରେ କଥା ହୋଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ସେ ଶୀଘ୍ର ମାଆ ହେବାକୁ ଚାହୁଁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଶୋଭିତା ନାଗା ଚୈତନ୍ୟଙ୍କ ସହ ତାଙ୍କର ନିର୍ବନ୍ଧ ବିଷୟରେ କହିଥିଲେ। ସେ କହିଥିଲେ- ନିର୍ବନ୍ଧ ବହୁତ ସାଧାରଣ ଥିଲା। ‘ମୋର ଅଧିକ ସ୍ୱପ୍ନ, ଯୋଜନା କିମ୍ବା ଆଶା ନଥିଲା। ମୁଁ ସେଠାରେ ବହୁତ କମ୍ପଟେବଲ ଥିଲି। ମୁଁ ଯାହା ଚାହୁଁଥିଲି ତାହା ସବୁ ହେଲା। ମୁଁ ମଧ୍ୟ ବହୁତ ଖୁସି ଥିଲି ସେଦିନ। ମୁଁ ସବୁବେଳେ ମଦର ହୁଡ୍‌ ଏକ୍ସପିରିଏନ୍ସ ଅନୁଭବ କରିବାକୁ ଚାହେଁ।’ ଶୋଭିତା ଆହୁରି କହିଛନ୍ତି- ମୁଁ ସବୁବେଳେ ମଦର ହୁଡ୍ ଏକ୍ସପିରିଏନ୍ସ ଅନୁଭବ କରିବାକୁ ଚାହେଁ। ମୁଁ ଏହା ବିଷୟରେ ଏବଂ ବିବାହ ବିଷୟରେ ମଧ୍ୟ ସ୍ପଷ୍ଟ କରିସାରିଛି । ମୁଁ ସବୁବେଳେ ନିଜକୁ ମାଆ ହେଉଥିବାର ଦେଖିବାକୁ ଇଚ୍ଛା ଅଛି ।

ଖୁବ୍ ଶୀଘ୍ର ଏହା ପୁରଣ ମଧ୍ୟ ହେବ । ବିବାହକୁ ନେଇ ମୁଁ ବହୁତ ଖୁସି । ଆଉ ମୁଁ ବିବାହ ମଧ୍ୟ ସରଳ ଢଙ୍ଗରେ କରିବାକୁ ଚାହେଁ । କହିବାକୁ ଗଲେ ଶୋଭିତା ଏବଂ ନାଗା ଅଗଷ୍ଟ ୯ରେ ହାଇଦ୍ରାବାଦରେ ନିର୍ବନ୍ଧ କରିଥିଲେ। ବର୍ତ୍ତମାନ ଦୁହେଁ ବିବାହ କରିବେ, କିନ୍ତୁ ଏପର୍ଯ୍ୟନ୍ତ ଏହାର ତାରିଖ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହି କାର୍ଯ୍ୟରେ କେବଳ ସେମାନଙ୍କ ପରିବାର ଜଡିତ ଥିଲେ।

Leave a Reply

Your email address will not be published. Required fields are marked *