Thu. Oct 23rd, 2025

ନ୍ୟୁଜ ଡେକ୍ସ: ତାତିରୁ ନାହିଁ ନିସ୍ତାର । ରାଜ୍ୟରେ ଆସନ୍ତା ୧୯ ତାରିଖ ଯାଏଁ ଅସହୟ ଗରମ ସହ ଗୁଳୁଗୁଳି ଅନୁଭବ ହେବ । ଅସ୍ତବ୍ୟସ୍ତ ହେବ ଜନ ଜୀବନ। ବର୍ଷାର ନାହିଁ ସମ୍ଭାବନା। ତେବେ ମେ ମାସରେ ଏମିତି ଜଳବାୟୁ ରହିଥାଏ । କିନ୍ତୁ ଏ ବର୍ଷ ଯୁଦ୍ଧର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡିଛି।

ଉପରମୁଣ୍ଡରେ ଅଧିକ ତାତି ରହିବା ସହ ଉପକୂଳ ଜିଲ୍ଲାରେ ଅଧିକ ଗୁଲଗୁଳି ଅନୁଭବ ହେବ । ଆଜି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ପ୍ରବଳ ତାତି ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଇଛି।

୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। କିଛି ସ୍ଥାନରେ ପବନର ଝଟ୍‌କା ୪୦ରୁ ୫୦ କିମି ଛୁଇଁପାରେ। ପଶ୍ଚିମ ଓଡ଼ିଶାର ଏକାଧିକ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ କରିବ। ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଗରମ ଜାରି ରହିବ।

Leave a Reply

Your email address will not be published. Required fields are marked *