Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍‌’ ସେବା ଠପ୍ ରହିଛି। ବିନା କାରଣରେ ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ଅଭିଯୋଗ ହୋଇଛି। ଏଥିପାଇଁ ଆନ୍ଦୋଳନ ଜାରି ରହିଛି। ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର।

ଖବର ଅନୁଯାୟୀ, ବିନା କାରଣରେ ବସ୍ କଣ୍ଟକ୍ଟର ଓ ଡ୍ରାଇଭରଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯାହାଫଳରେ ରାଜଧାନୀରେ ମଙ୍ଗଳବାର ଦିନ ଆମ ବସ୍ ସେବା ଠପ୍ ହୋଇଛି ।

ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍ ଡିପୋରେ ସବୁ ବସ୍ ରଖି ଆନ୍ଦୋଳନ ଚାଲିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କଣ୍ଟକ୍ଟର ଓ ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *