Thu. Oct 23rd, 2025

ନ୍ୟୁଜ ଡେକ୍ସ: କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଏହି ଘଟଣା କୋଲକାତା ବିମାନବନ୍ଦରରେ ଘଟିଥିଲା। ଯେତେବେଳେ ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀ କହିଥିଲେ ଯେ କଣ ମୋ ପାଖରେ ବୋମା ଅଛି। ଯେଉଁ ବିମାନରେ ବୋମା ଥିବା ଖବର ଦିଆଯାଇଥିଲା, ତାହା କୋଲକାତା ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଅପରାହ୍ନ ୩ :୩୦ରେ ଉଡ଼ାଣ କରିବାର ଥିଲା, କିନ୍ତୁ ବୋମା ଧମକ ଯୋଗୁ ଏହାର ଉଡ଼ାଣ ବିଳମ୍ବ ହୋଇଥିଲା।

ଯାତ୍ରୀମାନଙ୍କୁ ଓହ୍ଲାଇ ତଲାସି କରାଯାଇଥିଲା। ତଥାପି ମୁମ୍ବାଇ ଅଭିମୁଖେ ପରବର୍ତ୍ତୀ ଇଣ୍ଡିଗୋ ବିମାନ ଅପରାହ୍ନ ୪ଟାରେ ଉଡ଼ାଣ କରିଥିଲା।ଯାତ୍ରୀ କୋଲକାତା ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ବୋମା ଥିବା ସୂଚନା ଦେଇଥିଲେ। CISF ଅଧିକାରୀମାନେ ଯାତ୍ରୀମାନଙ୍କୁ ପଚରାଉଚରା କରୁଛନ୍ତି। ବିମାନଟି ବର୍ତ୍ତମାନ କୋଲକାତା ବିମାନବନ୍ଦରରେ ଅଛି। ଘଟଣା ସମୟରେ, ମୁମ୍ବାଇ ବିମାନରେ ଥିବା ୧୮୬ଯାତ୍ରୀଙ୍କ ମଧ୍ୟରୁ ୧୭୯ ଜଣ ବିମାନରେ ଚଢ଼ି ସାରିଥିଲେ।

ଯାହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଡ଼ାଣକୁ ବନ୍ଦ କରିଦେଇଥିଲେ। ସିଆଇଏସଏଫ୍ ସନ୍ଦିଗ୍ଧ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ବର୍ତ୍ତମାନ ବିମାନଟି କୋଲକାତା ବିମାନବନ୍ଦରରେ ଥିବାବେଳେ ଏବଂ ବମ୍ ସ୍କ୍ବାଡ୍‌କୁ ସତର୍କ କରାଯାଇଛି। ପ୍ରାରମ୍ଭିକ ରିପୋର୍ଟରେ ବୋମା ଥିବା ସ୍ପଷ୍ଟ ହୋଇନାହିଁ ତଥାପି ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରୋଟୋକଲ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *