ନ୍ୟୁଜ ଡେକ୍ସ: CRPF ଯବାନଙ୍କ ଝୁଲନ୍ତା ମୃତଦେହ ଠାବ। ଲରମ୍ଭା ଥାନା ଘସିଆନ ଗାଁ ନିକଟରେ ଅଭାବନୀୟ ଘଟଣା। ଶୁକ୍ରବାର ଠାରୁ ନିଖୋଜ ଥିଲେ ମୃତ CRPF ଯବାନ। ହେଲେ ଆଜି ସକାଳୁ ସକାଳୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। କିନ୍ତୁ ଯବାନ ଜଣଙ୍କର ମୃତ୍ୟୁ କିପରି ହେଲା ତାହା ଏବେ ଯାଏଁ ଜଣାପଡିନାହିଁ।
ଯବାନ ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଡକେହି ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନି। ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ଲୋକଙ୍କ ଏକ ଗୋଷ୍ଠୀ ନିକାଞ୍ଚନ ଅଞ୍ଚଳରେ ମୃତଦେହ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା।
ପରିବାର ସଦସ୍ୟମାନେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରୁଥିବା ବେଳେ ପୋଲିସ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ମାମଲା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ଶୁକ୍ରବାର ଯବାନ ଜଣକ ଘରେ ନିଜ ଫୋନ୍ ଛାଡି ଦେଇ ହଠାତ୍ କୁଆଡେ ପଳାଇ ଯାଇଥିଲେ। ପରିବାର ବର୍ଗ ତାଙ୍କ ସହିତ ଯୋଗାଯୋଗ କରିନପାରିବାରୁ ନିଖୋଜ ରିପୋର୍ଟ କରିଥିଲେ।
