Thu. Oct 23rd, 2025

ନ୍ୟୁଜ ଡେକ୍ସ: କଂଗ୍ରେସ ତା’ର ନୂଆ ଟିମ୍ ଗଠନ କରିଛି । ଭକ୍ତ ଚରଣ ଦାସଙ୍କୁ ଗତ ଫେବୃଆରୀରେ ପିସିସି ଅଧ୍ୟକ୍ଷ କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି । କୋଷାଧ୍ୟକ୍ଷ, ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ଉପସଭାପତିଙ୍କ ନାଁ ଘୋଷଣା କରିଛି ଦଳ ।

କଂଗ୍ରେସ ଅଧ୍ୟକ୍ଷ ଓପିସିସି ପାଇଁ ସାତ ଜଣ ଉପାଧ୍ୟକ୍ଷ, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ନେଇ ଜଣାପଡ଼ିଛି। ତେବେ ରାଜ୍ୟ କଂଗ୍ରେସ ଦଳର ନୂତନ କୋଷାଧ୍ୟକ୍ଷ ଭାବରେ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଚୟନ କରିଥିବା ବେଳେ ପାଞ୍ଚ ଥର ବିଧାୟକ ହୋଇ ସାରିଥିବା ତାରାପ୍ରସାଦ ବାହିନୀପତି, ତିନିଥର ବିଧାୟକ ଥିବା ରମେଶ ଜେନା, ଦୁଇଥର ବିଧାୟକ ଥିବା ସି ଏସ୍ ରାଜେନ ଏକ୍କା ଏବଂ ପୂର୍ବତନ ବିଧାୟକ ସନ୍ତୋଶ ସିଂ ସାଲୁଜା, ଦେବଶିସ୍ ପଟ୍ଟନାୟକ ଏବଂ ଲଲାଟେନ୍ଦୁ ମହାପାତ୍ରଙ୍କୁ ଓପିସିସିର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

ସେହିପରି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଦେବାଶିଷ ପଟ୍ଟନାୟକ, ସିଏସ ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର ଏବଂ ସସ୍ମିତା ବେହେରାଙ୍କୁ ମଧ୍ୟ ଦଳ ଉପସଭାପତି ପଦ ପ୍ରଦାନ କରିଛି ।ସେହିପରି ୧୦ ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୧୨ ଜଣଙ୍କୁ ସମ୍ପାଦକ ଭାବେ ଦଳ ନିଯୁକ୍ତି ଦେଇଛି । ସତ୍ୟଜିତ୍ ଗମାଙ୍ଗଙ୍କୁ ସୋସିଆଲ ମିଡିଆ ଅଧ୍ୟକ୍ଷ କରିଥିବାବେଳେ ସନ୍ତୋଷ ପ୍ରଧାନଙ୍କୁ ଉପାଧ୍ୟକ୍ଷ କରିଛି ।

Leave a Reply

Your email address will not be published. Required fields are marked *