ନ୍ୟୁଜ ଡେକ୍ସ: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା ।ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା । ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ ।
ତେବେ ମୌସୁମୀ ଶେଷ ହେଲେ ହେବ ଉପନିର୍ବାଚନ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବାର ଥିଲା ଉପନିର୍ବାଚନ। ଏଥିପାଇଁ ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପନିର୍ବାଚନ ପାଇଁ ନୋଟିସ୍ ଜାରି ହୋଇଥାନ୍ତା। ଜୁନ୍ ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇଥାନ୍ତା।
ତେବେ ପରବର୍ତ୍ତୀ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହା ରଦ୍ଦ କରିଦିଆଯାଇଛି। ଆଗକୁ ନୂତନ ବିଜ୍ଞପ୍ତି ଦିଆଯିବ, ସେହି ସମୟରେ ଉପନିର୍ବାଚନର ନୂତନ ତାରିଖ ଘୋଷଣା କରାଯିବ।
