Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆହୁରି ସୁନ୍ଦର ହେବ ଭୁବନେଶ୍ବର । ମାଟି ତଳେ ଗଡ଼ିବ ମେଟ୍ରୋ । ରାସ୍ତା ବି ପାଇବ ନୂଆ ରୂପ । ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଗଠନ ହୋଇଥିବା ନୂଆ କମିଟି ମେଟ୍ରୋ ଚାଲୁଥିବା ସହରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା ।

କୋଲକାତା ମେଟ୍ରୋ ଟ୍ରେନ୍‌ ଭଳି ଭୁବନେଶ୍ବର ‌ମେଟ୍ରୋ ରେଳ ଅଣ୍ଡରଗ୍ରାଉଣ୍ଡ ହେବ। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭୁବନେଶ୍ବରରେ ଯେଉଁଭଳି ଭାବେ ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପ୍ଲାନ୍ କରିଛନ୍ତି। ସେଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏହି ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହୋଇଛି।

ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବାର ଯୋଜନା ରହିଛି । ପରବର୍ତ୍ତୀ ସମୟରେ ଏହା ଏସ୍‌ସିବି ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଏହା ମଧ୍ୟରେ ମୋଟ ୨୨ଟି ଷ୍ଟେସନ ରହିବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ। ଏହି ପ୍ରକଳ୍ପର ନିର୍ମାଣ କାମ ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *