ନ୍ୟୁଜ ଡେକ୍ସ: ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ । ଅପରେସନ ସିନ୍ଦୂରର ସଫଳତା ପାଇଁ ମିଳିବ ସମ୍ମାନ। IPL ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ। ଜୁନ୍ ୩ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ବିଶେଷ ଆୟୋଜନ। କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ମୁଖ୍ୟ।
ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିଥିଲେ । ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ଯାହା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ଏକ ସଠିକ ଆକ୍ରମଣ ଥିଲା। ସଶସ୍ତ୍ର ବାହିନୀର ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ପାଇଁ ବିସିସିଆଇ ଦେଶର ବୀରମାନଙ୍କ ସମାପନୀ ଉତ୍ସବକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସଚିବ ସାଇକିଆ ଦେବଜିତ ସାଇକିଆ ପ୍ରକାଶ କରିଛନ୍ତି।
“ବିସିସିଆଇର କହିବା କଥା ଆମେ ସଶସ୍ତ୍ର ବାହିନୀର ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ସଲାମ କରେ, ଯାହାଙ୍କ ଅପରେସନ ସିନ୍ଦୂର ଅଧୀନରେ ବୀରତ୍ୱପୂର୍ଣ୍ଣ ପ୍ରୟାସ ଦେଶକୁ ସୁରକ୍ଷା ଏବଂ ପ୍ରେରଣା ଦେଇ ଚାଲିଛି। ଅନ୍ୟପଟେ ଭାରତୀୟ ସେନାର ପରାକ୍ରମକୁ ନେଇ ସବୁଠି ପ୍ରଶଂସା କରାଯାଉଥିବା ବେଳେ ସେନାକୁ ସବୁଠି ସମ୍ମାନିତ କରାଯାଉଛି ।
