Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶନିବାର ପୁଣି ଡ୍ରୋନ୍ ଶ୍ରୀମନ୍ଦିର ଭିଡିଓ ଭାଇରାଲ୍ ହୋଇଛି । ଷ୍ଟୋରି ବାଇ ନାରୁ ଗୋପାଳ ନାମକ ଏକ ଆକାଉଣ୍ଟରେ ପୋଷ୍ଟ ହୋଇଛି । ଜଣେ ଚୁନରା ସେବାୟତ ପତାକା ପରିବର୍ତ୍ତନ ଲାଗି ଯାଉଥିବା ବେଳେ ଅଧାବାଟରେ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସେହିଭଳି ମନ୍ଦିର ଉପର ଦୃଶ୍ୟ ମଧ୍ୟ ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି ।

ତେବେ ଭାଇରାଲ ଭିଡିଓରେ ବାରମ୍ବାର ଏହି ଚୁନେରା ସେବାୟତ ଜଣକ ଆସୁଥିବା ଦେଖିବାକୁ ମିଳିଛି । ଭିଡିଓ ସୁଟ୍ ବେଳେ ସେବାୟତ ଜଣଙ୍କ ଜାଣିଥିବା ଭଳି ଜଣାପଡ଼ୁଛି ।ମେ’ ୩୦ ତାରିଖରେ ଫେସବୁକ୍‌ରେ ଭିଡିଓ ଅପଲୋଡ୍‌ ହୋଇଛି । ଉତ୍ତରପ୍ରଦେଶର ହିମାଂଶୁ ନାମକ ଜଣେ ଯୁବକଙ୍କ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ହୋଇଥିଲା ।

ହେଲେ ଏବେ ସେ ନିଜ ଆକାଉଣ୍ଟରୁ ଡିଲିଟ୍ କରିଦେଇଥିବା ଜଣାପଡିଛି । ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିବାବେଳେ ମଧ୍ୟ କିପରି ଉଡ଼ୁଛି ଏହି ଡ୍ରୋନ କ୍ୟାମେରା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *