Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍ ଥିଲା । ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଆଗଉନି । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଛି । ଭବାନୀପାଟଣା ଓ ପୁରୀ ଲାଇନ୍ରୁ ଆଉ ଆଗଉନି ।

ଆସନ୍ତା ସପ୍ତାହ ଯାଏ ମୌସୁମୀ ଆଗେଇବାର ସମ୍ଭାବନା ନାହିଁ । ସୋମବାର ଭୀଷଣ ଗରମ ଓ ଗୁଳୁଗୁଳି ହୋଇଛି । ଆଗକୁ ବି ଏହା କଲବଲ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣି । ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣୀ। ସେପଟେ, ଆଇଏମଡି଼ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ଯେ ଆସନ୍ତା ୭ ଦିନ ଯାଏଁ ମୌମୁମୀ ନିସ୍କ୍ରିୟ ରହିବ।ଜୟବାୟୁ ସ୍ଥିତି ଅନୂକୂଳ ନ ଥିବାରୁ ଏହା ଅଗ୍ରସର ହେବନି। ତେବେ,ମୌମୁମୀ ଏବେ ଅଗ୍ରସର ନ ହେଲେ ବି ଏହାକୁ ଆଗୁଆ ଧରାଯିବ। ସ୍ବାଭାବିକ ଭାବେ ଜୁଲାଇ ୫ ତାରିଖ ସୁଧା ମୌମୁମୀ ପୂରା ଦେଶକୁ ଅଗ୍ରସର ହୁଏ। ଏହି ଅବଧି ପୂର୍ବରୁ ଏହା ସବୁଠି ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି। ମୌସୁମୀ ସକ୍ରିୟ ନ ଥିବାରୁ ବର୍ଷାର ସମ୍ଭାବନା ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ।

Leave a Reply

Your email address will not be published. Required fields are marked *