Mon. Aug 11th, 2025

ନ୍ୟୁଜ ଡେକ୍ସ: ନ୍ୟାସନାଲ ବୋର୍ଡ ଅଫ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (NBEMS) ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ (NEET PG) 2025 ପରୀକ୍ଷାକୁ ସ୍ଥଗିତ କରିଛି। ଏହା ପୂର୍ବରୁ ଏହି ପରିକ୍ଷା ଆସନ୍ତା ଜୁନ ୧୫ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରୀକ୍ଷାଟି ଏକକ ସିଫ୍ଟରେ ଅନୁଷ୍ଠିତ ହେବା ଆବଶ୍ୟକତା ରହିଛି।

ପୂର୍ବରୁ ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା। ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଜାତୀୟ ପରୀକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ ଯେ NEET-PG ୨୦୨୫ ପରୀକ୍ଷା ଦୁଇଟି ସିଫ୍ଟରେ ନୁହେଁ ବରଂ ଗୋଟିଏ ସିଫ୍ଟରେ କରାଯିବ। ସ୍ୱଚ୍ଛତା ସୁନିଶ୍ଚିତ କରି ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା କରିବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ NBEକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ।

NEET-PG ଜୁନ୍ ୧୫ ଜୁନରେ ପ୍ରସ୍ତାବିତ ହୋଇଥିଲା। ଏଥିପାଇଁ ଜାତୀୟ ପରୀକ୍ଷା ବୋର୍ଡ ପ୍ରସ୍ତୁତି କରିଥିଲା, ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବାର ଥିଲା। ତଥାପି, ଗତ ଶୁକ୍ରବାର ପ୍ରାର୍ଥୀମାନଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହା ମଧ୍ୟ କହିଥିଲେ ଯେ ପରୀକ୍ଷା ପାଇଁ ଏବେ ବି ସମୟ ଅଛି ତେଣୁ ବୋର୍ଡ ପ୍ରସ୍ତୁତି କରିପାରିବ।

Leave a Reply

Your email address will not be published. Required fields are marked *