Fri. Apr 17th, 2026

ନ୍ୟୁଜ ଡେକ୍ସ: ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିର ବୃଦ୍ଧି ଘଟିଛି। ପୂର୍ବରୁ ଏହି ସହାୟତା ରାଶି ୬ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଏଥିରେ ୧୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି।ଏହି ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟୋଦୟ ଘର ବା ସମାନ ଆର୍ଥିକ ରାଶି ମିଳିବ।ନିଷ୍ପତ୍ତି ଅନୁଯାୟୀ, ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ ଯଦି ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନଚେତ ସମତୁଲ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ।ସେହିଭଳି ପକ୍କା ପାଚେରୀ, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ ହଜାର ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *