Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭିଜିଲାନ୍ସ ପଞ୍ଝାରେ ଲମତାପୁଟ ବ୍ଲକ୍ ଜେଇ ସୁଚିସ୍ମିତା ପରିଜା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମ୍ବେଲ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଘାଟ କଟିଙ୍କ ବାବଦକୁ ଲେବର ବିଲ୍ କରିଦେବା ପାଇଁ ମାଷ୍ଟର ରୁଲ୍ରେ ହସ୍ତାକ୍ଷର କରିବା ପାଇଁ ୮ ହଜାର ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଧରିଛି l

ଜୟପୁର ଭିଜିଲାନ୍ସର ଡିଏସପି ୩ ଜଣ ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି । ବର୍ତ୍ତମାନ ସହକାରୀ ଯନ୍ତ୍ରୀଙ୍କ ସେମିଲିଗୁଡା ବାସଭବନ, ଲମତାପୁଟ ସରକାରୀ କ୍ୱାଟର୍ସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି।

ଜୟପୁର ଭିଜିଲାନ୍ସର ଡିଏସପି ୩ ଜଣ ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି ।ସମ୍ପୃକ୍ତ ଜେଇ ଲମତାପୁଟ ବ୍ଲକରେ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ ଓ ବହୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ନିକଟରେ ଖବର ଥିଲା ।

Leave a Reply

Your email address will not be published. Required fields are marked *