ନ୍ୟୁଜ ଡେକ୍ସ: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର କର୍ମଚାରୀ ହେବେ ସାମିଲ । ପୋଲିସ, ମେଡ଼ିକାଲ ଓ ଅଗ୍ନିଷମ କର୍ମଚାରୀ ମଧ୍ୟ ସାମିଲ ହେବେ । ଯଦି ଦୁର୍ଘଟଣା ପରି କିଛି ଅଘଟଣ ଘଟେ, ତାହାର ମୁକାବିଲା ପ୍ରସ୍ତୁତି କରାଯିବ। ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦିଆଯିବାର ମକ୍ ଡ୍ରିଲ୍ ହେବ।
ସୂଚନା ଥାଉକି ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ। ଭୁବନେଶ୍ୱର ବିମାନବନ୍ଦରରେ ହେବ ରିହର୍ସାଲ। ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ। ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ ।
ଏହି ରିହାର୍ସଲରେ ପୋଲିସ, ମେଡିକାଲ ଓ ଅଗ୍ନିଶମ ଉପସ୍ଥିତ ରହିବେ। ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ। ବିମାନ ବନ୍ଦର ଆଖପାଖରେ ସର୍ଭେ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ।
