Thu. Apr 16th, 2026

ନ୍ୟୁଜ ଡେକ୍ସ: କହିବାକୁ ଗଲେ ଏବେ ହେଉଛି AI ଯୁଗ। ଲୋକଙ୍କ କାମକୁ ଏବେ ସହଜ କରିଦେଇଛି AI। ବିନା କିଛି ପରିଶ୍ରମରେ କାମ ହେଇଯାଉଛି। ତେଣୁ ଏବେ ପାଣିପାଗ ସମ୍ୱନ୍ଧୀୟ ସୂଚନା ପାଇଁ ମଧ୍ୟ AI ର ପ୍ରୟୋଗ କରାଯିବା ନେଇ ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ । ଏମିତି ହେଲେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଥିବାରୁ ଖରାର ପ୍ରକୋପ କମ୍ ରହିଛି । ଶେଷ ରଜ ଅର୍ଥାତ ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *