ନ୍ୟୁଜ ଡେକ୍ସ: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନା ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି |
ଏହି ସମୟରେ ବିସ୍ପୋରଣ ଘଟିଥିଲା। ନିକଟରେ ଥିବା କିଛି ଶ୍ରମିକ ଗୁରୁତର ଭାବେ ପୋଡ଼ି ଯାଇଥିବା ଜଣାପଡିଛି। ୮ରୁ ଅଧିକ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ କେତେ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଗୁରୁତରମାନେ ହେଲେ ହେମନ୍ତ କୁମାର ମେହର, ଭାଗବତ ମୁର୍ମୂ, ଜି.ବି କାଲୋ, କେ.କେ ବାରିକ ଓ ପ୍ରଦୀପ ଇକ୍କା । ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ୍ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।