ନ୍ୟୁଜ ଡେକ୍ସ: ରୁଦ୍ରପ୍ରୟାଗ-ବଦ୍ରିନାଥ NH ରେ ଦୁର୍ଘଟଣା । ଅକଳାନନ୍ଦା ନଦୀକୁ ଖସିପଡ଼ିଲା ବସ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।ଫଳରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏସଡିଆରଏଫ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ କୁହାଯାଉଛି ଯେ ବର୍ତ୍ତମାନ ୧୦ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ, ୩୧ ଜଣ ଯାତ୍ରୀ କ୍ଷମତା ବିଶିଷ୍ଟ ମିନି ବସ୍ରେ ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ୨୦ ଜଣ ଭକ୍ତ ଥିଲେ ଏବଂ ଏହା ବଦ୍ରିନାଥ ଧାମ ଅଭିମୁଖେ ଯାତ୍ରା କରୁଥିଲା । ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଘୋଲଥିର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ମିନି ବସ୍ଟି ଖାଇକୁ ଖସି ପଡ଼ିଲା। ବସ୍ରେ ୨୦ ଜଣ ଥିବା ସୂଚନା ରହିଛି । ଯେଉଁଥିରୁ ୭ ଜଣ ବସ୍ରୁ ବାହାରକୁ ଛିଟିକି ପଡିଥିଲେ । ବସ୍ର ବାକି ଅଂଶ ନଦୀରେ ବୁଡ଼ି ଯାଇଥିଲା।
କୁହାଯାଉଛି ଯେ କେଦାରନାଥରୁ ଯାତ୍ରା କରିବା ପରେ ଯାତ୍ରୀମାନେ ରାତିରେ ରୁଦ୍ରପ୍ରୟାଗରେ ରହିଥିଲେ। ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ କିନ୍ତୁ ଗୋଚର ନିକଟରେ ହଠାତ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଯୋଗୁଁ ବସ୍ଟି ଏକ ଖାତକୁ ଖସି ପଡ଼ିଲା ଏବଂ ତା’ପରେ ଅଳକନନ୍ଦା ନଦୀରେ ବୁଡ଼ିଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପଟେ 7 ଜଣଙ୍କୁ ଉଦ୍ଧାର କରିଛି ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ବାହିନୀ ।
