Sat. Feb 21st, 2026

ନ୍ୟୁଜ ଡେକ୍ସ: ଲଗାଣ ବର୍ଷା ରେ ଉପୁଡିଗଲା ଅଶ୍ୱସ୍ତ ଗଛ। ଘର ଉପରେ ପଡି ଭାଙ୍ଗିଗଲା ଘର।ଅଳ୍ପକେ ବର୍ତ୍ତିଲେ ଘର ଲୋକ।ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଝାଟିଆ ଗ୍ରାମ ରେ ମାଳତୀ ଶଙ୍ଖୁଆ ଘରେ ଆଜି ଏକ ବିରାଟ ଅଶ୍ୱସ୍ତ ଗଛ ପଡି ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣାଯାଇଛି।

ସୈ।ଭାଗ୍ୟ କ୍ରମେ ପରିବାରରେ କାହାରି କିଛି କ୍ଷତି ହୋଇ ନ ଥିଲା ବେଳେ ଘରଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଲଗାଣ ବର୍ଷା ଫଳରେ ବର୍ଷ ବର୍ଷର ପୁରୁଣା ଅଶ୍ୱସ୍ତ ଗଛଟି ଉପୁଡି ଯାଇଥିବା ବେଳେ ଦୁର୍ଘଟଣା ସମୟରେ ମାଳତୀଙ୍କ ପରିବାର ଘରେ ରହି ଥିବା ଜଣାଯାଇଛି।

ସଂଗେ ସଂଗେ ଗ୍ରାମବାସୀ ଖଇରା ଦମକଳ କୁ ଖବର ଦେଇଥିଲେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ଗଛ କୁ କାଟି ସଫା କରିଥିଲେ lନିଶ୍ଚିତ ଭାବରେ ଆଜି ମାଳତୀଙ୍କ ପରିବାର ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

Leave a Reply

Your email address will not be published. Required fields are marked *