ନ୍ୟୁଜ ଡେକ୍ସ : ଡେଲାଙ୍ଗ ବ୍ଲକରେ କୁକୁଡ଼ା ମଡ଼କ। ଅଜଣା ରୋଗରେ ମରିଯାଉଛନ୍ତି ହଜାର ହଜାର ସଂଖ୍ୟାରେ ବ୍ରଏଲର କୁକୁଡ଼ା। ଧାର କରଜ କରିଥିବା କୁକୁଡ଼ା ଚାଷୀଙ୍କ ମୁଣ୍ଡରେ ଏବେ ପଡିଛି ଚଡ଼କ। ଡେଲାଙ୍ଗ ବ୍ଲକ ଅଧୀନ ଆଙ୍କୁଲା, ସିଂହବ୍ରହ୍ମପୁର, ଚାଇଁପୁର, ମୋଟରୀ, ବେଗୁନିଆପଡା ଆଦି ଗ୍ରାମରେ ଏହି ରୋଗରେ ୨୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା ମରିସାରିଲେଣି।
ଅନ୍ୟପଟେ ଅନେକ ଚାଷୀ ଏହା କୌଣସି ଅଜଣା ସଂକ୍ରମିତ ରୋଗ ବୋଲି କହୁଛନ୍ତି। ବ୍ଲକରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଅଧିକାରୀ ଯାଇ ମୃତ କୁକୁଡ଼ାଙ୍କ ସ୍ୱାବ୍ ନମୁନା ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। କମ୍ପାନୀ କିମ୍ବା ପଶୁଚିକିତ୍ସା ବିଭାଗ ପକ୍ଷରୁ ମୃତ କୁକୁଡ଼ା ଗୁଡ଼ିକୁ ଉଠାଇବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନ ଥିବାରୁ ଚାଷୀ ମୃତ କୁକୁଡ଼ା ଗୁଡ଼ିକୁ କେନାଲ, ନଦୀ ନାଳରେ ଫୋପାଡ଼ି ଦେଉଛନ୍ତି।
ଫଳରେ ସଂକ୍ରମିତ କୁକୁଡ଼ାଙ୍କ ଶରୀରରୁ ଜୀବାଣୁ ପାଣିରେ ମିଶିବା ସହିତ ପାଣିକୁ ବିଷାକ୍ତ କରୁଛି। ଏହି ପାଣିକୁ ବ୍ୟବହାର କରୁଥିବା ପଶୁ, ପକ୍ଷୀ ଓ ସାଧାରଣ ଲୋକଙ୍କ ଶରୀର ଅସୁସ୍ଥ ହେବା ଆଶଙ୍କା ଦେଖାଦେଇଛି।
