Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ବକେୟା ରହିଥିବା ଟ୍ରାଫିକ୍ ଚାଲାଣ ସମସ୍ୟାର ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତି ଅନୁଯାୟୀ, ବକେୟା ଇ-ଚାଲାଣ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ।ଆଗାମୀ ଜାତୀୟ ଲୋକ ଅଦାଲତକୁ ଦୃଷ୍ଟିରେ ରଖି ଏହି ବିଶେଷ ସୁବିଧା ଘୋଷଣା କରାଯାଇଛି।

ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାକୁ ସମାଧାନ କରିବା ସହ ବିଚାର ବ୍ୟବସ୍ଥାର ଭାର କମାଇବା ଏହାର ମୂଖ୍ୟ ଉଦ୍ଦେଶ୍ୟ।ସରକାରଙ୍କ ଏହି ୱାନ୍ ଟାଇମ୍ ସେଟେଲମେଣ୍ଟ ଯୋଜନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଗାଡ଼ି ଚାଳକମାନେ କମ୍ ଜରିମାନା ଦେଇ ନିଜର ପୁରୁଣା ମାମଲାକୁ ସରଳ ଭାବେ ରଫାଦଫା କରିପାରିବେ।ମୋଟର ଭେହିକଲ୍ ଆକ୍ଟ-୧୯୮୮ ଅନୁଯାୟୀ ବିଭିନ୍ନ ଟ୍ରାଫିକ୍ ଅପରାଧ ପାଇଁ ନିର୍ଦ୍ଧାରିତ ଜରିମାନାରୁ କେତେକ ମାମଲାରେ ୫୦ ପ୍ରତିଶତ ଦେଲେ ମାମଲା ସମାଧାନ ହେବ।

ଏଥିରେ ସାଧାରଣ ଅପରାଧ, କର୍ତ୍ତୃପକ୍ଷଙ୍କ ଆଦେଶ ଅମାନ୍ୟ କରିବା ଓ ପଲ୍ୟୁସନ୍ ନିୟମ ଉଲଂଘନ ଭଳି ଘଟଣା ସମ୍ମିଳିତ ଅଛି। ଏହି ସୁଯୋଗକୁ ଲାଭ ଉଠାଇ ଗାଡ଼ି ଚାଳକମାନଙ୍କୁ ଶୀଘ୍ର ତାଙ୍କ ବକେୟା ଚାଲାଣ ପୈଠ କରିବାକୁ ସରକାର ପକ୍ଷରୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *