ନ୍ୟୁଜ ଡେକ୍ସ : ଗୁରୁବାର ଦିନ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାକୁ ନେଇ ରାଜନୈତିକ ମଞ୍ଚରେ ଚର୍ଚ୍ଚା ତିବ୍ର ହୋଇଛି। ଏହି ଐତିହାସିକ ବିଲ୍କୁ ନେଇ ବିଭିନ୍ନ ଦଳ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି।ବିଲ୍ ପାରିତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିଜ ମତ ରଖି କହିଛନ୍ତି ଯେ, ଏହି ସଂଶୋଧନ ପ୍ରକୃତରେ ସୀମା ନିର୍ଦ୍ଧାରଣ ଓ ନିର୍ବାଚନମଣ୍ଡଳୀର ପୁନର୍ଗଠନ ମାଧ୍ୟମରେ କ୍ଷମତା ହାସଲ କରିବାର ଏକ ପ୍ରୟାସ।
ସେ ଓବିସି, ଦଳିତ ଏବଂ ଆଦିବାସୀଙ୍କ ଅଧିକାର ରକ୍ଷା ଉପରେ ଜୋର ଦେଇ କହିଛନ୍ତି ଯେ, ସେମାନଙ୍କର ଅଂଶ କୌଣସି ପରିସ୍ଥିତିରେ କମିବାକୁ ଦିଆଯିବ ନାହିଁ। ସେପରି ଦକ୍ଷିଣ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଛୋଟ ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବାକୁ ମଧ୍ୟ ସେ ବିରୋଧ କରିଛନ୍ତି।ଏହା ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଦଳ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରୁଥିଲେ ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରୁଛି। ସେ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ହେରଫେର ହୋଇଥିବା ଆଶଙ୍କା ରହିଛି ଏବଂ ସରକାରଙ୍କ ପଦକ୍ଷେପ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ।
ଏପରି ସମୟରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ବର୍ତ୍ତମାନର ଲୋକସଭା ସଦସ୍ୟ ସଂଖ୍ୟା ୫୪୩ ଆଧାରରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ଲାଗୁ କରିବାକୁ ଦାବି କରୁଛନ୍ତି, ଯାହା ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରାଯିବା ଉଚିତ।ସଂସଦରେ ବିଲ୍ଟି ପାରିତ ହେବାକୁ ନେଇ ଆଜି ଦିନଭରି ତିବ୍ର ଆଲୋଚନା ଓ ରାଜନୈତିକ ତର୍କ ଦେଖାଯିବାର ସମ୍ଭାବନା ରହିଛି।

