ନ୍ୟୁଜ ଡେକ୍ସ : ଆଇପିଏଲ୍ରେ ଆଜି ଆରସିବିର ଦମଦାର ବିଜୟ ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ଦଳ ୫ ୱିକେଟ୍ରେ ଲକ୍ଷ୍ନୌକୁ ପରାଜିତ କରିଛି । ୧୪୯ ରନର ବିଜୟ ଲକ୍ଷ୍ୟକୁ ବେଙ୍ଗାଲୁରୁ ୧୫ ଓଭର ୧ ବଲରେ ହାସଲ କରି ନେଇଥିଲା ।ଦଳ ପକ୍ଷରୁ ବିରାଟ କୋହଲି ୪୯ ରନର ଦରକାରୀ ପାଳି ଖେଳିଥିଲେ । ସେହିପରି ରଜତ ପଟିଦାର ୧୦ ବଲରୁ ୨୭ ରନ, ଟିମ ଡେଭିଡ ୮ ବଲରୁ ୨୭ ରନ ଏବଂ ସେଫର୍ଡ ମଧ୍ୟ ୮ ବଲରୁ ୨୭ ରନ କରି ଦଳକୁ ସହଜ ବିଜୟ ଦେଇଥିଲେ ।
ଫିଲ୍ ସଲ୍ଟ ୭ ଏବଂ ପାଡିକଲ ୧୦ ରନ କରିଥିଲେ ।ଲକ୍ଷ୍ନୌ ପକ୍ଷରୁ ପ୍ରିନ୍ସ ଯାଦବ ୩ଟି ଓ ଆଭେଶ ଖାନ ୨ଟି ୱିକେଟ୍ ନେଇଥିଲେ । ତଥାପି ଦଳର ଅନ୍ୟାନ୍ୟ ବୋଲରମାନେ ୱିକେଟ୍ହୀନ ରହିଥିଲେ ।ଏହା ପୂର୍ବରୁ ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦଳ ୧୪୬ ରନରେ ଅଲଆଉଟ ହୋଇଥିଲା ।
ଆୟୁଷ ବଦୋନି ୩୮ ଓ ମୁକୁଲ ଚୌଧୁରୀ ୩୯ ରନ କରିଥିଲେ । ମାକ୍ରମ ୧୨ ରନ କରିଥିଲେ । ଅନ୍ୟ ଖେଳାଳିମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।ଆରସିବି ପକ୍ଷରୁ ଭୁବନେଶ୍ବର କୁମାର ୩ଟି, କୃନାଲ ପାଣ୍ଡ୍ୟା ୨ଟି ଏବଂ ହାଜେଲହୁଡ ୧ଟି ୱିକେଟ୍ ନେଇଥିଲେ । ବୋଲିଂ ଓ ବ୍ୟାଟିଂ ଦୁହିଁ ମୋର୍ଚ୍ଚାରେ ଶ୍ରେଷ୍ଠ ପ୍ରଦର୍ଶନ କରି ବେଙ୍ଗାଲୁରୁ ସହଜରେ ମ୍ୟାଚ୍ ଜିତିଛି ।

