ନ୍ୟୁଜ ଡେକ୍ସ : ହାଇଦ୍ରାବାଦ ଦଳ ଦମଦାର ପ୍ରଦର୍ଶନ କରି ରାଜସ୍ଥାନକୁ ୫୭ ରନରେ ପରାଜିତ କରିଛି। ୨୧୭ ରନର ବିଜୟ ଲକ୍ଷ୍ୟ ନେଇ ମାଇଦାନକୁ ନାମିଥିବା ରାଜସ୍ଥାନ ଦଳ ୧୫୯ ରନରେ ଅଲଆଉଟ୍ ହୋଇଯାଇଥିଲା।ହାଇଦ୍ରାବାଦର ଡେବ୍ୟୁ ବୋଲର ପ୍ରଫୁଲ୍ ହିଙ୍ଗେ ପ୍ରଥମ ଓଭରରେ ହିଁ ୩ଟି ଓ୍ବିକେଟ୍ ନେଇ ରାଜସ୍ଥାନକୁ ଭୟଙ୍କର ଝଟକା ଦେଇଥିଲେ।
ସେ ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ ଓ ଲୁଆନ୍ଡ୍ରିସ୍ ପ୍ରିଟୋରିଅସ୍ଙ୍କୁ ଆଉଟ୍ କରିଥିଲେ।ତାଙ୍କୁ ସହଯୋଗ କରି ସାକିବ୍ ହୁସେନ୍ ୪ଟି ଓ ଇଶାନ ମଲିଙ୍ଗା ୨ଟି ଓ୍ବିକେଟ୍ ନେଇ ରାଜସ୍ଥାନର ବ୍ୟାଟିଂ ଲାଇନ୍ଅପ୍କୁ ଧ୍ୱଂସ କରିଥିଲେ।ରାଜସ୍ଥାନ ପକ୍ଷରୁ ରବୀନ୍ଦ୍ର ଜାଡେଜା ୪୫ ରନ ଓ ଫେରେରିଆ ୬୯ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ।
ଅନ୍ୟ ଖେଳାଳିମାନେ ଦୁଇ ଅଙ୍କ ଛୁଇଁବାରେ ବି ଅସଫଳ ହୋଇଥିଲେ।ହାଇଦ୍ରାବାଦର ବୋଲିଂ ଦମକ ଆଗରେ ରାଜସ୍ଥାନ ପୂରାପୁରି ଧରାଶାୟୀ ହୋଇ ପଡିଥିଲା ଏବଂ ହାଇଦ୍ରାବାଦ ଏହି ମ୍ୟାଚରେ ଏକ ସହଜ ବିଜୟ ହାସଲ କରିଥିଲା।

