Sun. Feb 22nd, 2026

ନ୍ୟୁଜ ଡେକ୍ସ : ପୁଣି ମାଓବାଦୀ ଖେଳିଲେ ରକ୍ତର ହୋଲି। ଛତିଶଗଡ଼ ବିର୍ଜାପୁରରେ ମାଓବାଦୀ ରଚିଲେ ବର୍ବରକାଣ୍ଡ। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲା ୨ଟି ଭିନ୍ନ ଗାଁରେ ନୃଶଂସ ହତ୍ୟାକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ।

ମୃତ ଶିକ୍ଷକ ଦୁଇଜଣ ହେଲେ ବୁଧରାମ କାଡିୟମ ଏବଂ ରାମଶଙ୍କର ଯାଦବ। ସେମାନେ ରେମାୱଣ୍ଡ ଗାଁର ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ।ସୂଚନା ଅନୁଯାୟୀ, ଦୁହେଁ ସ୍କୁଲରୁ ଫେରୁଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଥିଲେ। ପରେ ଗାଁ ନିକଟରେ ଥିବା ଏକ ରାସ୍ତା କଡ଼ରୁ ସେମାନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା।

ମାଓବାଦୀମାନେ ଘଟଣାସ୍ଥଳରେ ପୋଷ୍ଟର ଛାଡିଯାଇଛନ୍ତି, ଯେଉଁଥିରେ ସେମାନେ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଏହି ଦୁଇ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *