ନ୍ୟୁଜ ଡେକ୍ସ : ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ଶୋକ ପ୍ରକାଶ କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସେ ବୁଧବାର ଅର୍ଥାତ୍ ଆଜି ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । ହ୍ବାଟ୍ସ ଆପ୍ରେ ଭିଡିଓ କଲ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ଏନେଇ ରାହୁଲ ନିଜ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି ।
ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି । ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ । ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ । ଆମେ ଯେକୌଣସି ମୂଲ୍ୟରେ ନିଶ୍ଚିତ କରିବୁ ଯେ ପୀଡିତାଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଆନ୍ତି ।
ସେପଟେ ସୌମ୍ୟାଶ୍ରୀଙ୍କ ଘଟଣାକୁ ନେଇ ଏବେ ରାଜନୀତି ତେଜିଛି । ସରକାର ବିରୋଧୀ ପରସ୍ପର ଉପରକୁ କାଦୁଆଫିଙ୍ଗା ଆରମ୍ଭ କରିଦେଇଛନ୍ତି । ଆଜି ବିଜେଡି ସୌମ୍ୟାଶ୍ରୀଙ୍କୁ ମୃତ୍ୟୁକୁ ବିରୋଧ କରି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଇଛି । ଏଥିସହିତ ଲୋକସେବା ଘେରାଉ କରିବାକୁ ମଧ୍ୟ ଯାଉଛି ବିଜେଡି । ସେପଟେ କଂଗ୍ରେସ ବି ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ।

