Sat. Feb 21st, 2026

ନ୍ୟୁଜ ଡେକ୍ସ : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସକୁ ବଡ଼ ସଫଳତା। ଗଞ୍ଜେଇ ଭର୍ତ୍ତି ଗାଡିକୁ ଗୋଡାଇ ଗୋଡାଇ ଧରିଲା ପୁଲିସ। ରାଣିସର୍ଡା ଛକ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡି ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗାଡି ଛାଡି ଡ୍ରାଇଭର୍ ଫେରାର୍ ହୋଇଯାଇଛି। ସୂଚନାନୁଯାୟୀ, କଣ୍ଟାମାଲ ପଟରୁ ଏକ ପିକଅପ୍ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ କରି ତରଭା ପୋଲିସ ପିଛା କରିବା ସହ ମେଣ୍ଡା ଫାଣ୍ଡିକୁ ଖବର ଦେଇଥିଲା। ମେଣ୍ଡା ଓ ତରଭା ପୋଲିସ ମିଳିତ ସହଯୋଗରେ ଗଞ୍ଜେଇ ଗାଡିକୁ ପିଛା କରି ରାଣିସର୍ଡା ଛକ ନିକଟରେ କାବୁ କରିଥିଲେ।

ଭ୍ୟାନ୍‌ରୁ ୯ କ୍ଵିଣ୍ଟାଲ ୩୦ କିଲୋ ଓଜନର ୯୩୦ ପ୍ୟାକେଟ୍ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ପଛରେ ଏକ ବଡ଼ ରାକେଟ୍ ଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *