Sun. Feb 22nd, 2026

ନ୍ୟୁଜ ଡେକ୍ସ : ନାବାଳିକା ନିୟମିତ ଷ୍ଟାଡିୟମ ଆସୁଥିଲେ ହକି ଶିଖିବା ଲାଗି । ଖେଳ ଶିଖାଇବା ପାଇଁ ଷ୍ଟାଡିୟମରେ ନିଯୁକ୍ତ ହୋଇଛନ୍ତି ପ୍ରଶିକ୍ଷକ । ଏବେ ପୂର୍ବତନ ହକି ପ୍ରଶିକ୍ଷକ ଓ ସହଯୋଗୀମାନଙ୍କ ବିରୋଧରେ ଆସିଛି ଗଣଦୁଷ୍କର୍ମ ଅଭିଯୋଗ । ଗତ ୩ ତାରିଖରେ ହୋଇଛି ଘଟଣା । ଧମକ ପାଇ ଡରି ଯାଇଥିଲେ ନାବାଳିକା ।

ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ଘଟଣା ପରେ ସାହସ ଜୁଟାଇ ଥାନାରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଯାଜପୁର ଟାଉନ ଥାନାର ଇନ୍ସପେକ୍ଟର ଶରତ ପାତ୍ର କହିଛନ୍ତି।ପ୍ରାଥମିକ ତଦନ୍ତ ସମୟରେ ପୋଲିସ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇଛି। ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖରେ ତିନି ଜଣ ପ୍ରଶିକ୍ଷକ ନାବାଳିକାଙ୍କୁ ଏକ ଲଜକୁ ନେଇଥିଲେ ବୋଲି ଉକ୍ତ ଲଜର କର୍ମଚାରୀମାନେ ସ୍ପଷ୍ଟ କରିଥିଲେ।ସୂଚନା ଅନୁଯାୟୀ, ୧୫ ବର୍ଷୀୟା ଝିଅ ଗତ ଦୁଇ ବର୍ଷ ଧରି ଯାଜପୁର ହକି ଷ୍ଟାଡିୟମରେ ତାଲିମ ନେଉଥିଲେ।

ଜୁଲାଇ ୩ ତାରିଖରେ ଷ୍ଟାଡିୟମରୁ ଘରକୁ ଫେରୁଥିଲା ବେଳେ ତିନି ଜଣ ପ୍ରଶିକ୍ଷକ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଯାଜପୁର ସହରର ଏକ ଲଜ୍‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଝିଅଟି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ମାର୍ଚ୍ଚ ମାସରେ ରାଉରକେଲାରେ କ୍ୟାମ୍ପ ସମୟରେ ତିନି ଜଣ ପ୍ରଶିକ୍ଷକଙ୍କ ମଧ୍ୟରୁ ଜଣେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

Leave a Reply

Your email address will not be published. Required fields are marked *