ନ୍ୟୁଜ ଡେକ୍ସ: ବାଣ ନେଲା ଜୀବନ। ବିସର୍ଜନ ବେଳେ ଫୁଟିଲା ବାଣ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ନବରଙ୍ଗରପୁର ଜିଲ୍ଲା ଉମରକୋଟରେ ଏହି ଅଘଟଣ ଘଟିଛି | ସୂଚନା ମୁତାବକ, ଶିବାଜୀ ନଗର ଗଣେଶ ପୂଜା ଭସାଣିରେ ବାଣ ଫୁଟାଇବା ସମୟରେ ବିସ୍ଫୋରଣ ଘଟି ଦୀପକ ହରିଜନଙ୍କ ମୃତ୍ୟୁ ହୋଇଛି।
ଅନ୍ୟ ଜଣେ ଆହତ ହୋଇଛନ୍ତି। ଚିକିତ୍ସାରେ ବିଳମ୍ବ ଅଭିଯୋଗକୁ ନେଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଗଣେଶ ପୂଜା ଭସାଣି ସମୟରେ ବାଣ ଫୁଟା ଯାଉଥିଲା। ସେହି ସମୟରେ ଅସାବଧାନତାରୁ ବ୍ୟାଗ୍ରେ ଥିବା ବାଣ ଭିତରେ ନିଆଁ ପଡ଼ିଯାଇଥିଲା। ବାଣ ବିସ୍ଫୋରଣ ଘଟି ଦୀପକଙ୍କ ସହ ଅନ୍ୟ ଜଣେ ଗୁରୁତର ହୋଇଥିଲେ।
ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ପରେ ଦୀପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।